କଟକ, ୨୩।୩ : ଶହୀଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ପବିତ୍ର ସ୍ମୃତିରେ ରାଷ୍ଟ୍ରଭକ୍ତିର ଭାବନାରେ ଭରିଥିବା ରାଷ୍ଟ୍ରବାଦୀ ସଂଗଠନ ସାଲ୍ୟୁଟ୍ ତିରଙ୍ଗା ଦ୍ୱାରା ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ “ଏକ ସନ୍ଧ୍ୟା ଶହୀଦଙ୍କୋ ନାମ” ସଫଳତାର ସହିତ କଟକର ଶହୀଦ ଭବନରେ ଅନୁଷ୍ଟିତ ହୋଇଯାଇଛି। ବହୁ ସଂଖ୍ୟକ ରାଷ୍ଟ୍ରଭକ୍ତ ନାଗରିକ ଏବଂ ଗଣ୍ୟମାନ୍ୟ ଅତିଥିମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଐତିହାସିକ ରୂପ ଦେଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ଦୀପ ପ୍ରଜ୍ୱଳନ ଓ ରାଷ୍ଟ୍ରଗୀତ ସହିତ ହୋଇଥିଲା। ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ବିଧାୟିକା ସୋଫିଆ ଫିରଦୋସ, ପୂର୍ବତନ ବିଧାୟକ ମହମ୍ମଦ ମୁକିମ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟସାଣୀ, ସାଲ୍ୟୁଟ୍ ତିରଙ୍ଗାର ଜାତୀୟ ଅଧ୍ୟକ୍ଷ ରାଜେଶ ଝା, ପ୍ରଦେଶ ସଂରକ୍ଷକ ବିଜୟ ଖଣ୍ଡେଲୱାଲ, ଗଣେଶ ପ୍ରସାଦ କଣ୍ଡୋଇ, ଉପେନ୍ଦ୍ର ସିଂହ, କଟକ ମାରୱାଡ଼ୀ ସମାଜର ଅଧ୍ୟକ୍ଷ ସଞ୍ଜୟ କୁମାର ଶର୍ମା, ପ୍ରଦେଶ ଅଧ୍ୟକ୍ଷ ଶୈଳେଶ କୁମାର ବର୍ମା, କାର୍ଯ୍ୟକ୍ରମ ସଂଯୋଜକ ମନୋଜ ଶର୍ମା, ସଚିବ କମଲ ସିକାରିଆଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଜାତୀୟ ଅଧ୍ୟକ୍ଷ ରାଜେଶ ଝା ଶହୀଦମାନଙ୍କର ବଳିଦାନକୁ ନମନ କରି ଯୁବମାନଙ୍କୁ ରାଷ୍ଟ୍ରସେବା ପାଇଁ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ। ପ୍ରଦେଶ ସଂରକ୍ଷକ ନରେଶ ଗନେରିୱାଲ ଦକ୍ଷତାର ସହିତ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।
ଏହି ଅବସରରେ ସାହସିକତା ଓ ନିରନ୍ତର ଭାବରେ ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନେ ଚିତ୍ତରଞ୍ଜନ ନାୟକ, ସୁରେନ୍ଦ୍ର କୁମାର ସାହୁ, ଉଦୟନାଥ ସେଠୀ, ଶ୍ରୀକାନ୍ତ ଚନ୍ଦ୍ର ଦାସ ଓ ପୋଲିସ ବିଭାଗର ଅଧିକାରୀ ଦେବଦତ୍ତ ସିଂହ, ପ୍ରତିକ ସିଂହ, ରାଜ ସିଂହ ମଲ୍ଲିକ, କନ୍ଷ୍ଟେବଲ ସ୍ମୃତି ରଞ୍ଜନ ସାହୁ, ସୁଶ୍ରୀ ସରସ୍ୱତୀ ରାଉତ ଏବଂ ସୀମାରେ କର୍ତ୍ତବ୍ୟ ପାଳନ ସମୟରେ ଶହୀଦ ହୋଇଥିବା ଅମର କୁମାର ଜୟା ସିଂହଙ୍କ ପରିବାର ସଦସ୍ୟଙ୍କୁ ରାଷ୍ଟ୍ର ପ୍ରହରୀ ସମ୍ମାନ ପ୍ରଦାନ କରାଯାଇଥିଲା । ରାଷ୍ଟ୍ର ସେବା ଓ ସମାଜ ସେବାରେ ନିରନ୍ତର ଭାବେ ନିୟୋଜିତ ସମାଜ ବନ୍ଧୁମାନଙ୍କୁ ମଧ୍ୟ ରାଷ୍ଟ୍ର ସେବା ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁକୁନ୍ଦ କୁମାର ସିନ୍ହା, ସୁନୀଲ କୁମାର ଶର୍ମା, ପ୍ରକାଶ ଅଗ୍ରୱାଲ, ରାଜେଶ ଚୌଧୁରୀ, ଅମନ ଚତୁର୍ବେଦୀ, ପାରସନାଥ ଶାହ ସହ ଶହରର ଅନେକ ସମାଜସେବୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ବେଳେ ମିଡ଼ିଆ ପରିଚାଳନା ରାମ ଗୋପାଳ ଅଗ୍ରୱାଲା କରିଥିଲେ ।









































