କୋଣାର୍କ ଗୋପ (ସନ୍ତୋଷ ଦାସ) : ଆଜି ସନ୍ଧ୍ୟା ରେ ଓଡିଶା ସମେତ ଅନ୍ୟ ଦୁଇ ରାଜ୍ୟ ତଥା ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ର ତିନିଜଣ ବାଚସ୍ପତି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ କୋଣାର୍କ ର ନିଖୁଣ କଳାକୃତି କୁ ଦେଖି ଅଦ୍ଭୁତ ଅନୁଭବ କରିବା ସହିତ ମଣିଷ ବିଚାରଧାରା ଠାରୁ ଅଧିକ ଅନୁଭବ କୁ ଏତେ ସୁନ୍ଦର ଭାବରେ ତିଆରି ପଥର ର କଳାକୃତି ଦେଖିବାର ସୌଭାଗ୍ୟ ଅନୁଭବ କରିଛନ୍ତି।ଅନ୍ୟ ପକ୍ଷରେ ଓଡ଼ିଶାର ଆତିଥ୍ୟ ଓ କଳା ସଂସ୍କୃତି କୁ ସମ୍ନାନ ଜଣାଇବା ସହିତ ଅନ୍ୟ ପର୍ଯ୍ୟଟକ ମାନଙ୍କୁ ଜଣାଇବାକୁ ଚାହିଁଛନ୍ତି ଯେ ସୂର୍ଯ୍ୟ ମନ୍ଦିରରେ ନିର୍ମିତ କଳାକୃତି ଆମ ଭାରତ ର କଳା, ସଂସ୍କୃତି, ଓ ପରମ୍ପରା ର ପରିଚୟ ଯାହାକି ଆମ ପୂର୍ବଜ ମାନଙ୍କ ଅତୁଳନୀୟ ଅବଦାନ ଅଟେ ବୋଲି ନିଜର ମତ ଵ୍ୟକ୍ତ କରିଛନ୍ତି। ପରେ ପରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସାରିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ଇଣ୍ଟରସ୍ପେଟ ଅଡିଟୋରୀୟମ ବୁଲି ଦେଖିବା ସହିତ ଭିଡ଼ିଓ ଗ୍ରାଫି ମାଧ୍ୟମରେ କୋଣାର୍କ ଐତିହଃ, କଳାକୃତି, ସମେତ ସୂର୍ଯ୍ୟ ମନ୍ଦିର ନିର୍ମାଣର ଇତିହାସ କୁ ଦେଖିଥିଲେ।










































